ଆଦିବାସୀ ପରିଚୟକୁ ଧ୍ୱଂସ କରି ସେମାନଙ୍କ ଜମିକୁ ହଡପ କରିବାର ସୁଚିନ୍ତିତ ଓ ସୁଦୂର ପ୍ରସାରୀ ସରକାରୀ ନୀତିର ଅଂଶବିଶେଷ ହେଉଛି ଏହି ସ୍କୁଲଗୁଡିକ । 

ବିବିଧତାର ବିଲୋପ

ଭାରତର ବିବିଧତା ଉପରେ ଆକ୍ରମଣର ଏକ ବଡ ଅସ୍ତ୍ର ହେଉଛି ଶିକ୍ଷା : ଆଦିବାସୀ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଅନେକ ରାଜ୍ୟ ଓ ଘରୋଇ ସ୍କୁଲ ସେମାନଙ୍କୁ ସେମାନଙ୍କର ପରିଚୟରୁ ଅଲଗା କରି ‘ମୁଖ୍ୟ ସ୍ରୋତରେ ସାମିଲ’ କରିବାରେ ଚେଷ୍ଟିତ ।

ସେମାନଙ୍କର ଜମି ସହ ସଂପର୍କିତ ଜୀବନଶୈଳୀକୁ “ପଛୁଆ” ବା “ଆଦିମ” ଭାବେ ଏବଂ ସେମାନଙ୍କର ବିଶ୍ୱାସକୁ କୁବିଶ୍ୱାସ ଭାବେ ଶିକ୍ଷା ଦେବାର ବ୍ୟବହାରିକ ଅର୍ଥ କଣ ।

 “ସେମାନେ ଆମ ଆଦିବାସୀ ପିଲାଙ୍କୁ ଛଡାଇ ନେଉଛନ୍ତି । ସେମାନେ ପିଲାଙ୍କ ମନ ଓ ବିବେକକୁ ସଂପୂର୍ଣ୍ଣ ପରିବର୍ତ୍ତନ କରି ଦେଉଛନ୍ତି । ଏହା ଆମକୁ ମାରିଦେବା ଭଳି । ଆମେ ଏହାକୁ ଦୃଢ ଭାବେ ନିନ୍ଦା କରୁଛୁ ।” ଆଦିବାସୀ ନେତା ପୂର୍ଣ୍ଣ ଜାନୀ କୁହନ୍ତି ।

ଆଦିବାସୀ ପିଲାଙ୍କୁ ଖଣି ସପକ୍ଷବାଦୀ କରିବା ପାଇଁ, ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ, କମ୍ପାନୀ ଚାକିରୀ ଆଶାୟୀ ହେବା ପାଇଁ, ଜଙ୍ଗଲ ଛାଡିବା ପାଇଁ, ସେମାନଙ୍କର ମାନସିକ ପରିବର୍ତ୍ତନ କରାଯାଉଛି । କିସ୍ ନାମକ ଏଭଳି ଏକ ସ୍କୁଲର ଦାବୀ ହେଉଛି ଯେ ସେ “ସାମଜିକ ବୋଝ କୁ ସାମାଜିକ ସଂପଦ, ଟିକସ ଉପଭୋକ୍ତାଙ୍କୁ ଟିକସ ଦାତା”ରେ ପରିବର୍ତ୍ତନ କରୁଛି । 

ଶିକ୍ଷା-କାରଖାନା

ଆମେ ଏହି ଶିକ୍ଷା-କାରଖାନାକୁ ବନ୍ଦ କରିବା ପାଇଁ ଆହ୍ୱାନ କରୁଛୁ, ଯାହାର ଲକ୍ଷ୍ୟ ହେଉଛି ଆଦିବାସୀ ପିଲାମାନଙ୍କୁ ପଥଭ୍ରଷ୍ଟ କରି ମୁଖ୍ୟଧାରା ସମାଜର ଆଜ୍ଞାବହରେ ପରିଣତ କରିବା । ଘର ଠାରୁ ଦୂରରେ ରହୁଥିବା ଏହି ପିଲାମାନେ ଅସଦ୍ ବ୍ୟବହାର ଓ ଅବହେଳାର ଶୀକାର ହେବାର ଅଧିକ ସଂଭାବନା ଥାଏ । ଆଦିବାସୀ ପରିଚୟକୁ ଧ୍ୱଂସ କରି ସେମାନଙ୍କ ଜମିକୁ ହଡପ କରିବାର ସୁଚିନ୍ତିତ ଓ ସୁଦୂର ପ୍ରସାରୀ ସରକାରୀ ନୀତିର ଅଂଶବିଶେଷ ହେଉଛି ଏହି ସ୍କୁଲଗୁଡିକ । 

ଆମେ ଏହି ଯନ୍ତ୍ରଣାର ଶେଷ ପାଇଁ ଏବଂ ଆଦିବାସୀ ସଂପ୍ରଦାୟର ସେମାନଙ୍କର ପିଲାମାନଙ୍କର ଶିକ୍ଷା ଉପରେ ନିୟନ୍ତ୍ରଣ ପାଇଁ ଆହ୍ୱାନ କରୁଛୁ । ଆମ ସହ ହାତ ମିଳାନ୍ତୁ ।

ଶିକ୍ଷା ଓ ଜମି ଅଧିକାର

ଖଣି କଂପାନୀ ଆଦାନୀ ଓ କିସ୍ ର ମିଳିତ ଅଭିଯାନରେ ଚାଲିଥିବା ସ୍କୁଲ ଭଳି ସ୍କୁଲଗୁଡିକ ଭାରତରେ ଖନନ ଶିଳ୍ପ ଓ ଆଦିବାସୀ ଶିକ୍ଷା ମଧ୍ୟରେ ଥିବା ଘନିଷ୍ଟ ସଂପର୍କକୁ ଦେଖାଉଛି ।

 

 

ଭାରତ ତମାମ ଆଦିବାସୀମାନେ ଖଣି ଭଳି ଧ୍ୱଂସାତ୍ମକ ଯୋଜନାରୁ ନିଜର ଜମି ଓ ଜଙ୍ଗଲକୁ ଦୃଢତାର ସହ ସୁରକ୍ଷା ଦେଉଛନ୍ତି ।

ଯଦି ଆଗାମୀ ପିଢିର ପିଲାମାନଙ୍କୁ ଖଣି ଭଲ ବୋଲି ଶିକ୍ଷା ଦିଆଯିବ, ଖଣି କଂପାନୀମାନେ ସେମାନେ ଚାହୁଁଥିବା ଖଣିଜ ସଂପଦକୁ ନେଇଯାଇ ପାରିବେ ।

ପୁରୁଷ ପୁରୁଷ ଧରି ଆଦିବାସୀ ସଂପ୍ରଦାୟ ବଢାଇଥିବା ଓ ସୁରକ୍ଷିତ ରଖିଥିବା ଜଙ୍ଗଲ ଓ ସେମାନଙ୍କର ପାରମ୍ପରିକ ଜ୍ଞାନ, ଜୀବନଶୈଳୀ, ଭାଷା ଓ ବିଶ୍ୱାସ ଧ୍ୱଂସ ପାଇଁ ଯିବ ।

ମୂଳଅଧିବାସୀଙ୍କ ଅଧିକାରକୁ ପ୍ରତ୍ୟାଖ୍ୟାନ

ଭାରତର ସଂବିଧାନ ଅନୁଯାଇ ଆଦିବାସୀମାନଙ୍କର “ସେମାନଙ୍କର ଋଚି ଅନୁଯାଇ ଶିକ୍ଷାନୁଷ୍ଠାନ ସ୍ଥାପନ ଓ ପରିଚାଳନା କରିବାର” ଓ ନିଜ ମାତୃଭାଷାରେ ଶିକ୍ଷା ପାଇବାର ଅଧିକାର ରହିଛି ।

କିନ୍ତୁ କାର୍ଯ୍ୟତଃ, ଏହି ଅଧିକାରକୁ ପ୍ରତ୍ୟାଖ୍ୟାନ କରାଯାଉଛି । ଦେଶ ତମାମ ଗାଁ ସ୍କୁଲଗୁଡିକୁ ବନ୍ଦ କରି ଦିଆଯାଉଛି । ପରିବାରମାନେ ସେମାନଙ୍କର ପିଲାମାନଙ୍କୁ ଦୂର ଦୂରାନ୍ତରେ ଥିବା ଆବାସିକ ସ୍କୁଲକୁ ପଠାଇବା ବ୍ୟତିତ ଅନ୍ୟ କିଛି ବିକଳ୍ପ ରହୁନାହିଁ, ଯେଉଁଠି କଣ, କିପରି, କାହା ଦ୍ୱାରା ପଢା ଯାଉଛି – ଏହା ଉପରେ ସେମାନଙ୍କର କୌଣସି କତୃତ୍ୱ ରହୁନାହିଁ ।

ପାରମ୍ପରିକ ଶିକ୍ଷା

ଦେଶ ତଥା ବିଶ୍ୱରେ ମୂଳନିବାସୀ ସଂପ୍ରଦାୟମାନଙ୍କ ପାଇଁ, ସେମାନଙ୍କ ଦ୍ୱାରା ପରିଚାଳିତ ଶିକ୍ଷା କାର୍ଯ୍ୟକ୍ରମର ଅନେକ ଉଦାହରଣ ରହିଛି, ଯେଉଁଠି ସେମାନଙ୍କର ପିଲାମାନେ ସଫଳ ହେଉଛନ୍ତି ।

ପ୍ରତ୍ୟେକ ଆଦିବାସୀ ପିଲାଙ୍କର ନିଜ ଭାଷାରେ, ନିଜ ସ୍ଥାନରେ ଏବଂ ନିଜ ସଂସ୍କୃତି ଉପରେ ଭିତ୍ତି କରି ବିକଶୀତ ପାଠ୍ୟକ୍ରମ ଅନୁଯାଇ ଶିକ୍ଷା ପାଇବାର ଅଧିକାର ରହିଛି ।

ଆସନ୍ତୁ ଆଦିବାସୀମାନଙ୍କର ଶିକ୍ଷାକୁ ସେମାନଙ୍କର ଅଧିନକୁ ଆଣିବା ପାଇଁ ଆମର ଅଭିଯାନ ସହ ହାତ ମିଳାଇ କାର୍ଯ୍ୟ କରିବା