Two Indigenous ladies stand tall togetherTwo Indigenous ladies stand tall togetherTwo Indigenous ladies stand tall togetherTwo Indigenous ladies stand tall togetherTwo Indigenous ladies stand tall together

Survival International

ଆମେ ଆଦିବାସୀ, ପ୍ରକୃତି ତଥା ସମଗ୍ର ମାନବ ଜାତି ପାଇଁ କାମ କରୁଥିବା ଏକ ବିଶ୍ୱ ଆନ୍ଦୋଳନ ।

ବିଶ୍ୱ ତମାମ ଆଦିବାସୀ ଲୋକଙ୍କର ସୁରକ୍ଷା ପାଇଁ ଆମେ ସଂଗ୍ରାମରତ । କାଠ, ଖଣି ଓ ତେଲ ବ୍ୟବସାୟୀମାନେ ଯେପରି ଆଦିବାସୀଙ୍କର ଜମି, ଜୀବନ ଓ ଜୀବିକାକୁ ଧ୍ୱଂସ କରୁଛନ୍ତି, ବିଶ୍ୱ ବ୍ୟାପୀ ଏହାକୁ ରୋକିବା ପାଇଁ ଆମେ ଉଦ୍ୟମ କରୁଛୁ । ଜମି ଉପରେ ମୂଳନିବାସୀମାନଙ୍କର ଅଧିକାରର ସୀକୃତି ପାଇଁ ଆମେ ସରକାରମାନଙ୍କୁ ପ୍ରବର୍ତ୍ତାଇ ଥାଉ । ଆମେ ଆଦିବାସୀମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଲୋକଲୋଚନକୁ ଆଣିଥାଉ ଏବଂ ଏହାର ବନ୍ଦ ପାଇଁ ସିଧାସଳଖ ପଦକ୍ଷେପ ନେଇଥାଉ ।

ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଅନେକ ଆଦିବାସୀ ରୁହନ୍ତି । ସେମାନଙ୍କୁ ବନ-ସଂରକ୍ଷଣ, ଶିଳ୍ପ ଓ ଲଦି ଦିଆଯାଉଥିବା ବିକାଶ ଯୋଜନା ନାମରେ ବେଆଇନ୍ ଭାବେ ସେମାନଙ୍କର ଜମି ଓ ଜଙ୍ଗଲରୁ ଉଚ୍ଛେଦ କରାଯାଉଛି । ସେମାନଙ୍କର ପିଲାମାନଙ୍କୁ ସେମାନଙ୍କର ଜୀବନଶୈଳୀ ପଛୁଆ ବା ଭୂଲ ବୋଲି ଶିକ୍ଷା ଦିଆଯାଉଛି ଓ ମୁଖ୍ୟଧାରାରେ ଯୋଗଦେବାକୁ କୁହାଯାଉଛି । ବର୍ତ୍ତମାନର ସରକାର ଜମି, ଜୀବନ ଓ ଜୀବିକା ଉପରେ ସେମାନଙ୍କର ଅଧିକାରକୁ ହନନ କରିବା ପାଇଁ ଚେଷ୍ଟା କରୁଛି ।

ଅଭିଯାନଗୁଡିକ |

ସମ୍ବାଦ