ଭାରତର ବାଘ ସଂରକ୍ଷଣ ଅଞ୍ଚଳରେ ଥିବା ଲକ୍ଷ ଳକ୍ଷ ଆଦିବାସୀମାନଙ୍କ ଜୀବନକୁ ସଂରକ୍ଷଣ ନାମରେ ଧ୍ୱଂସ କରାଯାଉଛି । ଭାରତର ସରକାର ସେମାନଙ୍କୁ ତାଙ୍କର ଜମିରୁ ବେଆଇନ୍ ଭାବେ ବେଦଖଲ କରୁଛି, ଯେଉଁଠି ସେମାନେ ଅନାଦି କାଳରୁ ସୁରକ୍ଷିତ ଭାବେ ଚଳି ଆସୁଥିଲେ ।

ସେମାନେ ବନ୍ୟଜନ୍ତୁଙ୍କର କ୍ଷତି କରୁଥିବାର ଅଭିଯୋଗ ହେଉଛି, କିନ୍ତୁ ମାରିବା ତ ଦୂରର କଥା ସେମାନେ ବାଘକୁ ଭଗବାନ ଭାବେ ପୂଜା କରନ୍ତି ଏବଂ ସବୁଠାରୁ ଅଧିକ ପରିବେଶର ଯତ୍ନ ନିଅନ୍ତି । ବରଂ ଯେଉଁ ବାଘ ସଂରକ୍ଷଣ ଅଞ୍ଚଳରେ ଆଦିବାସୀମାନଙ୍କର ଅଧିକାର ସ୍ୱୀକୃତ, ସେଠାରେ ବାଘଙ୍କ ସଂଖ୍ୟା ବଢୁଛି

"ବନ୍ୟଜନ୍ତୁ ସୁରକ୍ଷା ନାମରେ ବନ ବିଭାଗ ଆମକୁ ଜଙ୍ଗଲରୁ ତଡିବାକୁ ଚାହୁଁଛି । ଆମେ କିନ୍ତୁ ଜଙ୍ଗଲକୁ ଆମର ମା ବୋଲି ଭାବୁ । ଆମେ ବାଘକୁ ଭାଈ କହୁ । ଆମେ ଜଙ୍ଗଲକୁ ରକ୍ଷା କରୁ ", ଚେଞ୍ଚୁ ସମ୍ପ୍ରଦାୟର ଟି. ଗୁରୁବୈଆ କୁହନ୍ତି ।

ପୁରୁଷାନୁକ୍ରମିକ ଆବାସ ଉପରେ ଆଦିବାସୀମାନଙ୍କର ଅଧିକାରର ବିଶେଷ ସୁରକ୍ଷା ଭାରତୀୟ ଆଇନ୍‌ରେ ରହିଛି । କିନ୍ତୁ ଏହି ଆଇନ୍‌କୁ ସମ୍ମାନ ଦିଆଯାଉ ନାହିଁ । ଅନେକ ଆଦିବାସୀ ସେମାନଙ୍କର ଦୈନଦିନ କାର୍ଯ୍ୟ ପାଇଁ ଜେଲ, ଅତ୍ୟାଚାର, ମାଡ କିମ୍ବା ଗୁଳିର ଭୟରେ ଜୀବନ କାଟୁଛନ୍ତି । ଜଙ୍ଗଲ ଅଧିକାରୀମାନଙ୍କ ଦ୍ୱାରା ସେମାନେ ଜାତିଗତ ବିଦ୍ୱେଷ, ହିଂସା ଓ ଖରାପ ବ୍ୟବହାରର ଶୀକାର ହେଉଛନ୍ତି । ସେମାନଙ୍କର ଦୈନଦିନ କାର୍ଯ୍ୟକଳାପକୁ, ପୂଜାକୁ ଏବଂ ଏପରି କି ଶବସତ୍କାର କରିବାକୁ ଜଙ୍ଗଲ ଅଧିକାରୀମାନେ ଦେଉ ନାହାନ୍ତି ।

ଭାରତର ଜଙ୍ଗଲ ବିଭାଗ ସେମାନଙ୍କୁ ବେଦଖଲ କରୁଥିବା ବେଳେ ବନ୍ୟଜନ୍ତୁ ସଂରକ୍ଷଣ ସମାଜ (ଡବ୍ଲୁ.ସି.ଏସ୍) ଓ ଡବ୍ଲୁ.ଡବ୍ଲୁ.ଏଫ୍ ଭଳି ବଡ ବଡ ବନ-ସଂରକ୍ଷଣ ସଂଗଠନମାନେ ସେମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମର୍ଥନ କରିବାର ଭୂଲ କରୁଛନ୍ତି । ଆଦିବାସୀମାନେ ସ୍ୱଇଚ୍ଛାରେ ସ୍ଥାନ ପରିବର୍ତ୍ତନ କରୁଥିବାର ସେମାନେ ଦାବୀ କରୁଛନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ଅଧିକାଂଶ କ୍ଷେତ୍ରରେ ବଳପୂର୍ବକ ବେଦଖଲ କରାଯାଉଛି ।

 

ପେଚେରୁ ସଂପର୍କରେ ଚେଞ୍ଚୁ ମହିଳାଙ୍କ ବକ୍ତବ୍ୟ

କିନ୍ତୁ ଜଙ୍ଗଲ ଓ ଆଦିବାସୀ ପରସ୍ପରକୁ ଛାଡି ବଞ୍ଚିପାରିବେ ନାହିଁ । ଆଦିବାସୀମାନଙ୍କ ଠାରୁ ଜଙ୍ଗଲକୁ ଛଡାଇ ନିଆଯାଉଛି । ସେମାନଙ୍କର ଜୀବନଧାରା ଓ ଅନନ୍ୟ ଜ୍ଞାନକୁ ନଷ୍ଟ କରିଦିଆଯାଉଛି । ଆଦିବାସୀ ଲୋକଙ୍କ ଅନୁଯାଇ, ସେମାନଙ୍କୁ ଜଙ୍ଗଲରୁ ହଟାଇ ଦେଲେ, ଉଭୟ ଜଙ୍ଗଲ ଓ ବାଘ ଧ୍ୱଂସ ପାଇଯିବ ।

ବର୍ଷ ବର୍ଷ ଧରି ସର୍ଭାଇବାଲ ଏହି ବେଦଖଲ ବିରୁଦ୍ଧରେ ପ୍ରଚାର ଚଳାଇଛି ଏବଂ ଏହି ଆକ୍ରମଣ ବିରୁଦ୍ଧରେ ଆନ୍ତଜାତିକ ଲଢେଇକୁ ଆଗେଇ ନେଉଛି । ଆମେ ବର୍ତ୍ତମାନ ଆପଣଙ୍କ  ସାହାର୍ଯ୍ୟ ଚାହୁଁ । ଏକାଠି ହୋଇ ଆମେ ଏହି କ୍ଷତିକାରକ ସଂରକ୍ଷଣକୁ ପରିବର୍ତ୍ତନ କରିପାରିବା, ଯେପରି ଆଦିବାସୀମାନଙ୍କ ଅଧିକାରକୁ ସମ୍ମାନ ମିଳିବ : ଆଦିବାସୀଙ୍କ ପାଇଁ, ପ୍ରକୃତି ପାଇଁ ଏବଂ ସମଗ୍ର ମାନବ ଜାତି ପାଇଁ ।

ଆସନ୍ତୁ ଭାରତର ବାଘ ସଂରକ୍ଷଣ ନାମରେ ହେଉଥିବା ବେଆଇନ ବେଦଖଲକୁ ବର୍ତ୍ତମାନ ବିରୋଧ କରିବା ପାଇଁ କାର୍ଯ୍ୟ କରିବା